Breaking PLUSଦୁର୍ଘଟଣାମୁଖ୍ୟ ଖବର

ପୋଖରୀରେ ବୁଡ଼ି ଦୁଇ ବର୍ଷର ଶିଶୁ କନ୍ୟା ମୃତ

ଢେଙ୍କାନାଳ : ପୋଖରୀରେ ବୁଡ଼ି ଦୁଇ ବର୍ଷର ଶିଶୁ କନ୍ୟାର ମୁତ୍ୟୁ ହୋଇଛି। ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ । ମୃତ ଶିଶୁ ଜଣକ ହେଲା ଆମ୍ବପଳାସ ଗ୍ରାମର ପ୍ରକାଶ ମହାପାତ୍ରଙ୍କ ୨ ବର୍ଷର ଝିଅ ଲୁଲି ମହାପାତ୍ର । ତେବେ ସାମାନ୍ୟ ଅସାବଧାନତା କାରଣରୁ ଘଟିଛି ଏଭଳି ଏକ ଅଘଟଣା। ସୂଚନାଅନୁସାରେ ପ୍ରକାଶଙ୍କ ଝିଅ ଆଜି ସକାଳ ସମୟରେ ଏକାକି ଘର ନିକଟରେ ଖେଳୁଥିବା ସମୟରେ ହଠାତ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଦିର୍ଘ ସମୟ ଧରି ଖୋଜାଖୋଜି ପରେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇ ନଥିଲେ। ତେବେ କିଛି ସମୟ ପରେ ସନ୍ଦେହ କରି ତାଙ୍କ ଘର ନିକଟରେ ଥିବା ଦେଉଳ ପୋଖରୀକୁ ଯାଇ ଦେଖି ଥିଲେ । ଦେଖିଲା ବେଳକୁ ଝିଅ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ଗାଁରେ ଏକପ୍ରକାର ଶୋକାର ଛାୟା ଖେଳିଯାଇଛି ।

Show More

Related Articles

Back to top button