
ରାଜ୍ୟର ଅନେକ ସ୍ଥାନରେ ଲଘୁଚାପଜନିତ ବର୍ଷା ଲାଗିରହିଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ହୀରାକୁଦ ଡ୍ୟାମ୍ ଆଉ ୪ ଗେଟ୍ ଖୋଲାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୩୪ ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ଯୋଗୁଁ ସହର ତଳି ଅଞ୍ଚଳର ୧୦୦୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଏଥିପାଇଁ ସହର ତଳି ଅଞ୍ଚଳର ୧୦୦୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।
ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ହେଉଥିବା ଯୋଗୁଁ ଆହୁରି ଅଧିକ ଗେଟ୍ ଖୋଲିପାରେ ବୋଲି ସମ୍ଭାବନା ଅଛି । ସେହିପରି ସ୍ଥିତି ଉପରେ ନଜର ରଖାଯାଇଥିବା ଜିଲାପାଳ ଅନନ୍ୟା ଦାସ କହିଛନ୍ତି।