ଓଡ଼ିଶା

ଚୀନ୍‌ର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ,୩୬ ମୃତ

ଚୀନ୍‌ର ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଆଜି ସକାଳେ କେନ୍ଦ୍ରୀୟ ଚୀନ୍‌ର ହେନାନ ପ୍ରଦେଶର ଅନାଙ୍ଗ ସହରର ଏକ କାରଖାନାରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ,୨ଜଣ ଆହତ ଏବଂ ଆଉ ୨ଜଣ ନିଖୋଜ ରହିଛନ୍ତି ।

ମିଳିଥିବା ସୂଚନାନୁସାରେ, ସୋମବାର ସନ୍ଧ୍ୟା ପ୍ରାୟ ୪ଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ୨୦୦ ରୁ ଅଧିକ ଉଦ୍ଧାରକାରୀ ଏବଂ ପ୍ରାୟ ୬୦ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ । ବହୁ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଲିଭିବାରେ ସକ୍ଷମ ହୋଇଥିଲା ।

ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଡାକ୍ତରମାନେ କହିଛନ୍ତି ଯେ ବର୍ତ୍ତମାନ ଆହାତ ହୋଇଥିବା ଲୋକଙ୍କ ଅବସ୍ଥା ଭଲ ଅଛି। ତେବେ ଅଗ୍ନିକାଣ୍ଡର କାରଣ ବିଷୟରେ ଅସ୍ପଷ୍ଟ ରହିଛି ।

 

Show More

Related Articles

Back to top button