ଅପରାଧଓଡ଼ିଶା

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ

ହଜିଗଲା ମାନବିକତା । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ । ମାଲକାନଗିରି ଜିଲ୍ଲା ତେନ୍ତୁଳିଗୁଡା ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆକ୍ରମଣରେ ଶିକାର ହୋଇଥିବା ପରିବାର ଲୋକେଏନେଇ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ତେନ୍ତୁଳିଗୁଡ଼ା ଗାଁରେ ବସବାସ କରୁଥିବା କାବାସି ପରିବାରର ତିନି ଜଣ ସଦସ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିଲା। କେହି ଗୁଣିଗାରେଡି କରିବା ଯୋଗୁ ଏପରି ହେଉଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ଏନେଇ ପାଖ ଗାଁରେ ରହୁଥିବା ଜଣେ ଗୁଣିଆ ପାଖକୁ ଯାଇଥିଲେ। ଗୁଣିଆ ତେନ୍ତୁଳିଗୁଡା ଗାଁର ଦେବା ପଡିଆମି,କେଶା କାବାସି ଓ ପ୍ରେମା ପଡିଆମି ଗୁଣିଗାରେଡି କରିଥିବା କାବାସି ପରିବାର ଲୋକଙ୍କୁ କହିଥିଲେ। ଏନେଇ ଗାଁରେ ଗତକାଲି ଦିନରେ ଏକ ସଭା ବସିଥିଲା। ସେହି ସଭାରେ ଦେବା ପଡିଆମି ଓ ପ୍ରେମା ପଡିଆମି ଉପସ୍ଥିତ ଥିଲେ। ସଭା ଚାଲିଥିବା ବେଳେ କାବାସି ପରିବାର ଲୋକେ ଉଭୟ ବାପା ଓ ପୁଅକୁ ନିର୍ଧୂମ ପିଟିଥିଲେ। ବାପା ଭାଇକୁ ମାଡ଼ ଖାଉଥିବା ଦେଖି ଝିଅ ମାଧୁରୀ ପଡିଆମି ସେଠାରେ ପହଞ୍ଚି ସେମାନଙ୍କୁ ଅଟକାଇ ଥିଲେ। ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏନେଇ ମାଧୁରୀ ପଡିଆମି ଗତକାଲି ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ।

Show More

Related Articles

Back to top button