Breaking PLUSଦୁର୍ଘଟଣାମୁଖ୍ୟ ଖବର

ସ୍କୁଲରୁ ଫେରୁଥିବା ସମୟରେ ଏକ ଡମ୍ଫର ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ

ଦୁଇ ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣେ ଆହାତ ଓ ଜଣେ ମୃତ

ସ୍କୁଲରୁ ଫେରିଲା ବାଟରେ ଏକ ଡମ୍ପର ଗାଡି ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି, ଯାଜପୁର ଜିଲ୍ଲା ଜାରକା ଷ୍ଟାଡିୟମ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟ ରାସ୍ତାରେ । ଗତକାଲି ଏକ ଡମ୍ପର ଧକ୍କାରେ ଆଦର୍ଶ ବିଦ୍ୟାଳୟର ୨ ଜଣ ଛାତ୍ରୀ ଆହତ ହୋଇଥିଲେ । ଛାତ୍ରୀ ଦୁଇଜଣ ହେଲେ ଅଷ୍ଟମ ଶ୍ରେଣୀର ପ୍ରଦୀପ୍ତା ବେହେରା ଓ ଅନୁଶ୍ରୀ ଗୁଇଁ ଗତକାଲି ସ୍କୁଲ ଛୁଟି ହେବା ପରେ ସାଇକଲ ଚଲାଇ ଘରକୁ ଫେରୁଥିଲେ ।

ଏତିକି ବେଳେ ଏକ ଡମ୍ପର ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ଛାତ୍ରୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଦୁହିଁଙ୍କର ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ପ୍ରଦୀପ୍ତାଙ୍କ ମୃତ୍ୟୁ ହୋଇଛି ।
ଏପଟେ ଧର୍ମଶାଳା ପୋଲିସ ଦୁର୍ଘଟଣା ଘଟାଇଥିବା ଡମ୍ପରଟିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

Show More

Related Articles

Back to top button