ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ହସ୍ପିଟାଲ ଭିତରେ ଜଣେ ନର୍ସଙ୍କୁ ଗଣଦୁଷ୍କର୍ମ , ୩ ଅଭିଯୁକ୍ତ ଗିରଫ

ରାୟପୁର: ଛତିଶଗଡରେ ଘଟିଛି ଏକ ଲଜ୍ଜାଜନକ ଘଟଣା। ହସ୍ପିଟାଲ ଭିତରେ ଜଣେ ନର୍ସଙ୍କୁ ୪ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ସାମିଲ ଅଛିି। ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ ଅଭିଯୁକ୍ତମାନେ କରିବା ସହ ପୀଡିତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଛତିଶଗଡ ମନେନ୍ଦ୍ରଗଡ ଜିଲ୍ଲାର ଚିିରମିରିରେ ଥିବା ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟାହ୍ନ ବେଳେ ପୀଡିତା ନର୍ସ ଜଣକ ଏକା କାମ କରୁଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ପଶିଥିଲେ। ଏହାପରେ ପୀଡିତାଙ୍କୁ ବାନ୍ଧି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଘଟଣା ପରେ ପୀଡିତା ଘର ଲୋକଙ୍କୁ ସବୁ କଥା ଜଣାଇଥିଲେ। ଏହା ପରେ ପରିବାର ଲୋକେ ପୁଲିସ ଥାନାରେ ଏଫ୍‌ଆରଆର୍ ରୁଜୁ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ଜଣେ ନାବାଳକ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି। ଅଭିଯୁକ୍ତକୁ ପୁଲିସ ଧରିବା ପାଇଁ ଚେଷ୍ଟା ମଧ୍ୟ ଚଳାଇଛି। ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟକର୍ମୀମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଥାନାରେ ବିଜେପି ନେତାମାନେ ପହଞ୍ଚି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି। ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି।

Show More

Related Articles

Back to top button