ଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷା

ଜାରି ହେଲା ବିଜ୍ଞପ୍ତି, ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନ କରିବା ମନା

କଟକ : ରେଭେନ୍ସା ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନ କରିବା ମନା। ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିପାରିବେ ନାହିଁ କି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିପାରିବେ ନାହିଁ। ସେହିପରି ଆମରଣ ଅନଶନ କି ଗେଟ୍ ଆଗରେ ଧାରଣା ମଧ୍ୟ ଦେଇପାରିବେ ନାହିଁ। ଏନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଛନ୍ତି। ନୋଟିସରେ ଆହୁରି ମଧ୍ୟ କୁହାଯାଇଛି ୟେ, କ୍ୟାମ୍ପସ ପରିସରରେ ମାଦକ ଦ୍ରବ୍ୟ ସେବନ ନିଷେଧ କରାଯାଇଛି। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ମୋଟର ସାଇକେଲ୍ ଚଲାଇ ପାରିବେ ନାହିଁ। ଏଥିଲାଗି ହଷ୍ଟେଲରେ ଆଡମିଶନ ବେଳେ ଛାତ୍ରଛାତ୍ରୀଙ୍କୁ ସତ୍ୟପାଠ ଦାଖଲ କରିବାକୁ ହେବ। ସେହିପରି ଶ୍ରେଣୀଗୃହରେ ଅଡିଓ କି ଭିଡିଓ ରେକର୍ଡିଂକୁ ନିଷେଧ କରାଯାଇଛି। ଯେଉଁଠି ବି କର୍ତ୍ତୃପକ୍ଷ କିମ୍ବା ସ୍ୱୀକୃତିପ୍ରାପ୍ତ କର୍ମଚାରୀ ପରିଚୟ ପତ୍ର ମାଗିବେ, ସେ ସ୍ଥାନରେ ତତ୍‌କ୍ଷଣାତ ଦେଖାଇବାକୁ ହେବ। ଖରାପ ବ୍ୟବହାର, ସୁରକ୍ଷାରେ ଆଞ୍ଚ ଓ ହିଂସାତ୍ମକ ଆଚରଣ କଲେ ଛାତ୍ରଛାତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଜାରି ହୋଇଛି। ତେବେ ଏ ନୋଟିସକୁ ନେଇ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ କେତେକ ଛାତ୍ରଛାତ୍ରୀ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ଭେଟି ଆଲୋଚନା ମଧ୍ୟ କରିଛନ୍ତି ।

Show More

Related Articles

Back to top button