ଦୁର୍ଘଟଣାଦେଶ

ଦିଲ୍ଲୀର ମୁଣ୍ଡକାରେ ବଡ ଧରଣର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀରେ ବଡ ଧରଣର ଅଗ୍ନିକାଣ୍ଡ । ଶୁକ୍ରବାର ପ୍ରାୟ ସନ୍ଧ୍ୟା ୪ଟା ୪୫ ମିନିଟ୍‌ରେ ଦିଲ୍ଲୀର ମୁଣ୍ଡକା ଅଞ୍ଚଳ ସ୍ଥିତ ମେଟ୍ରୋ ଷ୍ଟେଶନ ନିକଟସ୍ଥ ଏକ ବିଲ୍ଡିଂରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ବିଲ୍ଡିଂ ମଧ୍ୟରେ ଅନେକ ଲୋକ ଫସିରହିଥିବା ସୂଚନା ମିଳିଛି । ଖବର ପାଇ  ଘଟଣାସ୍ଥଳରେ ପୋଲିସ ଓ ୨୪ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ।

ପୋଲିସ ସୂଚନା ଅନୁଯାୟୀ, ବହୁ ସମୟ ଧରି ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମ ପରେ ଝରକା ଦେଇ ଅନେକ ଲୋକଙ୍କୁ ବାହାର କରାଯାଇଥିଲା ଏବଂ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ବିଷୟରେ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ ।

 

Show More

Related Articles

Back to top button