ଅପରାଧଆଇନ କାନୁନଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବରଶିକ୍ଷା

ଆମେରିକାରେ ଏକ ହାଇସ୍କୁଲରେ ବଡ ଧରଣର ଗୁଳିକାଣ୍ଡ, ୩ ମୃତ ୬ ଆହାତ

ୱାଶିଂଟନ: ଆମେରିକାରେ ଥମୁନି ଗୁଳିକାଣ୍ଡ ବିବାଦ। ଏଠାକାର ମସୌରୀ ସ୍ଥିତ ସେଣ୍ଟ ଲୁଇସ୍ ହାଇସ୍କୁଲରେ ଘଟିଛି ଏକ ଗୁଳିକାଣ୍ଡ। ଏକ ବନ୍ଧୁକଧାରୀ ଆସି ପିଲାଙ୍କ ଉପରେ ଆଖିବୁଜା ଗୁଳିମାଡ କରିଛନ୍ତି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସେପଟେ ଗୁଳି ଚଳାଇଥିବା ବନ୍ଧୁକଧାରୀଙ୍କୁ ସ୍କୁଲ ପରିସରରେ ହିଁ ଗୁଳି କରି ହତ୍ୟା କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୁଲିସ କହିବା ମୁତାବକ, ସୋମବାର ଏହି ହାଇ ସ୍କୁଲରେ ଗୁଳିକାଣ୍ଡ ଘଟିଥିଲା। ଏହାପରେ ଭୟରେ ଛାତ୍ରଛାତ୍ରୀମାନେ ସ୍କୁଲ ବାହାରକୁ ଦୌଡି ପଳାଇଥିଲେ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକଧାରୀକୁ ଧରିବା ପାଇଁ ଚେଷ୍ଟା କରାଯାଇଥିଲା। ତେବେ ଉଭୟ ପକ୍ଷରୁ ଗୁଳିବିନିମୟରେ ବନ୍ଧୁକଧାରୀଙ୍କ ମୃତ୍ୟୁ ଘଟିଛି। ଅଭିଯୁକ୍ତ ଜଣକ ୨୦ ବର୍ଷର ଯୁବକ ବୋଲି ପୁଲିସ ସୂଚନା ଦେଇଛି। ସେପଟେ ୩ ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଅଛି। ଗୁଳିମାଡରେ ଆହତ ହୋଇଥିବା ୬ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିମାଡ ବେଳେ ସ୍କୁଲ ଭିତରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ସ୍କୁଲର ଜଣେ ସୁରକ୍ଷାକର୍ମୀ କହିଛନ୍ତି।

Show More

Related Articles

Back to top button