
କଟକ ଜିଲ୍ଲା ନିଆଳୀ ଥାନା ଅନ୍ତର୍ଗତ ସିଠାଳୋ ଗାଁରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ଅଵକାରୀ ଵିଭାଗ ତିନି ଶହ ସାତ ଗ୍ରାମର ବ୍ରାଉନସୁଗାର ଜବତ କରିଥିବାବେଳେ ଏହାର ଆନୁମାଲିକ ମୂଲ୍ୟ ରହିଛି ୩୧ଲକ୍ଷ ଟଙ୍କା । ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏନେଇ ଅଵକାରୀ ଅଧିକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି ।
ଅଵକାରୀ ଅଧିକ୍ଷକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ , ସହରାଞ୍ଚଳରେ ଵ୍ୟାପକ ଧରପଗଡ ହେଵା ପରେ ନିଶା ଵେପାରୀମାନେ ଏଵେ ଗ୍ରାମାଞ୍ଚଳରୁ ନିଶା ବ୍ୟବସାୟ ଚଳାଉଛନ୍ତି। ଜଵତ ହୋଇଥିଵା ଵ୍ରାଉନସୁଗାର ବାଲେଶ୍ବରରୁ ଜଗତସିଂହପୁର ଦେଇ କଟକ ଜିଲ୍ଲାକୁ ଆସୁଥିଲା ଵୋଲି ଅଵକାରୀ ଵିଭାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।
ସୂଚନା ଯୋଗ୍ୟ , ଗତ ପାଞ୍ଚ ମାସ ଭିତରେ କଟକ ଅଵକାରୀ ଵିଭାଗ ତିନି କ୍ବିଣ୍ଟାଲ ଗଞ୍ଜେଇ ଓ ଅଧ କିଲ ଵ୍ରାଉନସୁଗାର ଜଵତ କରିବା ସହ ଏହି ମାମଲାରେ କୋଡିଏ ଜଣଙ୍କୁ ଗିରଫ କରିଛି।