Breaking PLUSଦେଶ ବିଦେଶମୁଖ୍ୟ ଖବର

ମୁମ୍ୱାଇର ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୨ ରୋଗୀଙ୍କ ମୃତ୍ୟୁ

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ମୁମ୍ୱାଇର ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗି ଦୁଇ ଜଣ ରୋଗୀ ପ୍ରାଣ ହରାଇଛନ୍ତି । କିଛି ରୋଗୀ ନିଆଁ ଓ ଧୂଆଁରେ ଅଣନିଶ୍ୱାସୀ ହୋଇଛନ୍ତି ।

ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ମୁମ୍ୱାଇର ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗି ଦୁଇ ଜଣ ରୋଗୀ ପ୍ରାଣ ହରାଇଛନ୍ତି । କିଛି ରୋଗୀ ନିଆଁ ଓ ଧୂଆଁରେ ଅଣନିଶ୍ୱାସୀ ହୋଇଛନ୍ତି । ସେମାନଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ୭୦ରୁ ଅଧିକ ରୋଗୀଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସୂଚନା ମିଳିଛି, ହସ୍ପିଟାଲରେ ଅଧିକାଂଶ କରୋନା ସଂକ୍ରମିତ ଥିଲେ ।

ଗତକାଲି ରାତି ପାଖାପାଖି ସାଢ଼େ ୧୨ଟା ବେଳେ ହସ୍ପିଟାଲରେ ନିଆଁ ଲାଗିଥିଲା । ସପିଂ ମଲ ଥିବା ବିଲଡିଂରେ ହସ୍ପିଟାଲଟି ଚାଲୁଥିଲା । ହଠାତ୍ ହସ୍ପିଟାଲ ଭିତରୁ ନିଆଁ ଓ ଧୂଆଁ ବାହାରିଥିଲା । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀର ୨୨ଟି ଟିମ୍ । ରୋଗୀଙ୍କୁ ଉଦ୍ଧାର କରି ଅନ୍ୟ ହସ୍ପିଟାଲରୁ ସ୍ଥାନାନ୍ତର କରିଥିଲେ । ଦୀର୍ଘ ଘଣ୍ଟା ପରେ ଆୟତ୍ତ ହୋଇଥିଲା ନିଆଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Show More

Related Articles

Back to top button