ଦୁର୍ଘଟଣାଦେଶ

ବିବାହ ଭୋଜିରେ ଗ୍ୟାସ ଫାଟି ଚାଲିଗଲା ୪ ଜୀବନ,୬୦ ଆହତ

ବିବାହ ଭୋଜିରେ ଗ୍ୟାସ ଫାଟି ଭୟାବହ ଅଗ୍ନିକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଜୋଧପୁର ଭୁଙ୍ଗରା ଗାଁରେ । ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ତେବେ ସମସ୍ତ ଆହତ ନିକଟସ୍ଥ ମେଡିକାଲରେଚିକିତ୍ସିତ ହେଉଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଜୋଧପୁର ଜିଲ୍ଲାର ଭୁଙ୍ଗରା ଗ୍ରାମରେ ଏକ ବିବାହ ଭୋଜି ଚାଲିଥିଲା । ହଠାତ୍ ଏହି ସମୟରେ କୌଣସି କାରଣ ବଶତଃ ଗ୍ୟାସ ସିଲିଣ୍ଡର ଫାଟି ବିସ୍ପୋରଣ ହୋଇଥିଲା । ଅଗ୍ନିକାଣ୍ଡ କାରଣରୁ ୬୦ ଜଣ ଆହତ ହୋଇଥିବା ବେଳେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ତେବେ ଘଟଣାର ଖବର ପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛି ।

୪୨ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ଏମଜିଏଚ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି । ସେହିପରି ଅନ୍ୟମାନଙ୍କୁ ନିକସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button