ଓଡ଼ିଶାବ୍ୟକ୍ତିତ୍ୱରାଜନୀତି
ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନେଇ ପୋଲିସ ପକ୍ଷରୁ ଫୁଲ୍ ଡ୍ରେସ୍ ରିହର୍ସାଲ ଆରମ୍ଭ

୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତି ପଦ ପରେ ଏହା ତାଙ୍ର ପ୍ରଥମ ଏଡିଶା ଗସ୍ତ । ଏଥିପାଇଁ ପୋଲିସ ପକ୍ଷରୁ ଫୁଲ୍ ଡ୍ରେସ୍ ରିହର୍ସାଲ ଆରମ୍ଭ ହୋଇଯାଇଚି । ବିମାନବନ୍ଦରଠାରୁ ରାଜଭବନ ଯାଏ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ସେହିପରି ଦାୟିତ୍ୱରେ ରହିବେ ୩୦୦ ପୋଲିସ ଅଧିକାରୀ । ପୁରୀ ଗସ୍ତକୁ ନେଇ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଜି ମଧ୍ୟ ପୁରୀରେ କାର୍କେଡ୍ ରିହର୍ସାଲ ହେବ।