ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଦିଲ୍ଲୀ-ହାୱଡ଼ା ରୁଟ୍‌ରେ ଲାଇନଚ୍ୟୁତ ହୋଇଛି ଏକ ମାଲବାହୀ ଟ୍ରେନ୍‌

ଫତେହପୁର: ରବିବାର ଫତେହପୁର ନିକଟରେ ଦିଲ୍ଲୀ-ହାୱଡ଼ା ରୁଟ୍‌ରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଫଳରେ ଏହି ଟ୍ରାକରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ସକାଳ ୧୦ଟା ୩୦ରେ ଏହି ଟ୍ରେନ୍‌ ଦୁର୍ଘଟଣାଗସ୍ତ ହୋଇଛି। ଉତ୍ତରପ୍ରଦେଶର ଫତେହପୁର ନିକଟସ୍ଥ ରାମୱାନ ଷ୍ଟେସନ ନିକଟରେ ଟ୍ରେନଟି ଓଲଟିପଡ଼ିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ୭ଟି କୋଚ ପରସ୍ପରକୁ ଚଢ଼ିଯାଇଛି। ଫଳରେ ଅପ ଏବଂ ଡାଉନ୍‌ ଲାଇନ୍‌ରେ ଟ୍ରେନଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ରେଲୱେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ରୁଟ୍‌ ପରିସ୍କାର ପାଇଁ ଉଦ୍ୟମ ଜାରି ରହିଛି। ସନ୍ଧ୍ୟା ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱଭାବିକ ହେବା ନେଇ ସମ୍ଭାବନା ରହିଛି।

Show More

Related Articles

Back to top button