Breaking PLUSଆଇନ କାନୁନଦୁର୍ଘଟଣା

ଜେଲରେ ଅଗ୍ନିକାଣ୍ଡ ଘଟି ୫୧ କଏଦୀ ମୃତ ୨୪ ଗୁରୁତର

ବୋଗୋଟା : ପଶ୍ଚିମ କଲମ୍ବିଆର ତୋଲୁଆ ସହରର ଏକ ଜେଲରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ମଙ୍ଗଳବାର ହୋଇଥିବା ଏହି ଅଗ୍ନିକାଣ୍ଡରେ ୫୧ଜଣ କଏଦୀଙ୍କ ମୃତ୍ୟୁ ହେବା ସହ ୨୪ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଗରୁତରଙ୍କ ମଧ୍ୟରେ ଜେଲର ସୁରକ୍ଷା କର୍ମଚାରୀ ଥିବା ପ୍ରକାଶ ପାଇଛି । କଲମ୍ବିଆର ନ୍ୟାୟମନ୍ତ୍ରୀ ୱିଲସନ ରୁଇସ ସୂଚନା ଦେଇ କହିଛନ୍ତି ଯେ, କଏଦୀଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହି ବିବାଦ ମଧ୍ୟରେ ଜଣେ କଏଦୀ ଗଦିରେ ନିଆଁ ଲଗାଇଥିଲା ଯାହା ଫଳରେ ଅଗ୍ନି ଜେଲ ସାରା ବ୍ୟାପିଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଏହାକୁ ଆୟତ୍ତ କରାଯାଇ ପାରିଲା ନାହିଁ । ଅଗ୍ନିଶମ ବିଭାଗ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଜେଲ କର୍ମଚାରୀ । ପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

 

Show More

Related Articles

Back to top button