ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ରେଳଧାରଣାରୁ ଉଦ୍ଧାର ହେଲା ଜଣେ ବ୍ୟକ୍ତିଙ୍କ ମୃତଦେହ

ବ୍ରହ୍ମପୁର ଅଫିସ : ରେଲଓ୍ୱେ ପୋଲିସ ଶୁକ୍ରବାର ଲାଞ୍ଜିପଲ୍ଲୀ ନିକଟ ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କ ବୟସ ୫୦ରୁ ୫୫ବର୍ଷ ହେବ ବୋଲି ପୋଲିସ ଅନୁମାନ କରୁଛି। ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା(ନଂ.୯୦/୨୨) ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ଶବ ସଂରକ୍ଷଣ ଗୃହରେ ରଖିଛି। ପ୍ରାଥମିକ ଅନୁସନ୍ଧାନରୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କୌଣସି ଏକ ମାନସିକ ଅଶାନ୍ତିରୁ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ ପ୍ରକାଶ କରୁଛି। ସୂଚନା ଅନୁଯାୟୀ, ଲାଞ୍ଜିପଲି ଲେଭଲ କ୍ରସିଂ ନିକଟ ରେଳଧାରଣାରେ ଜଣେ ବ୍ୟକ୍ତି ଟ୍ରେନ ଆଗକୁ ଆସି ଆତ୍ମହତ୍ୟା କରିଥିବା ନେଇ ଲୋକଙ୍କଠାରୁ ପୋଲିସ ଖବର ପାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେଳଧାରଣାରୁ ମୃତଦେହ ଜବତ କରିଥିବା ସୂଚନା ମିଳିଛି।

Show More

Related Articles

Back to top button