Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ ହାଇକୋର୍ଟରୁ କେଜରିୱାଲଙ୍କୁ ଝଟକା

ନୂଆଦିଲ୍ଲୀ, 21 ମାର୍ଚ୍ଚ – ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସୁରେଶ କେତଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବେଂଚ ଅବକାରୀ ଘୋଟାଲା ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫଦାରିରୁ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି । କୋର୍ଟ ଅନ୍ତରିଣ ଆଶ୍ୱସ୍ତି ପାଇଁ ଦାବି ହୋଇଥିବା ପିଟିସନକୁ ମୁଖ୍ୟ ପିଟିସନ ସହ ଟ୍ୟାଗ କରିଦେଇଛନ୍ତି । ଏପ୍ରିଲ 22ରେ ଏହାର ଶୁଣାଣି ହେବ ।
ଆଜି ଶୁଣାଣି ସମୟରେ ଇଡି ପକ୍ଷରୁ ଦାୟର ଏଏସଜି ଏସଭି ରାଜୁ କୋର୍ଟଙ୍କୁ କହିଛନ୍ତି ଯେ, ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବ୍ୟକ୍ତିଗତ ସ୍ଥିତିରେ ସମନ ପଠାଯାଇଛି । କେଉଁ ସ୍ଥିତିରେ ସମନ ପଠାଯାଇଛି ଏହାକୁ ନେଇ କେଜରିୱାଲଙ୍କ ପକ୍ଷରୁ ପଚରାଯାଇଥିଲା । ଏହି ପିଟିସନ ଉପରେ ଇଡିକୁ ଜବାବ ଦାଖଲ କରିବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି ।

Show More

Related Articles

Back to top button