
ଲିଙ୍ଗରାଜ ଥାନା ପୋଲିସର ବଡ ସଫଳତା । ଗିରଫ ହେଲେ ୪ ଲୁଟେରା । ଗତ କିଛିଦିନ ହେବ ରାଜଧାନୀ ଭୂବନେଶ୍ୱରର ବିଭିନ୍ନ ସ୍ଥାନରୁ ବାରମ୍ବାର ଚୋରି ଅଭିଯୋଗ ଆସୁଥିଲା । ଲୁଟେରାକୁ ଧରିବାକୁ ଏନେଇ ପ୍ରୟାସ କରାଯାଉଥିଲା । ଯାହାକି ସଫଳ ହୋଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଏହି ଲୁଟେରାଙ୍କୁ ଗିରଫ ସମୟରେ ୧୭୦ ଗ୍ରାମର ସୁନା ଅଳଙ୍କାର ସହ ୨ଟି ବାଇକ୍ ଏବଂ ୪ ମୋବାଇଲ ଜବତ କରାଯାଇଛି । ତେବେ ଏହି ଲୁଟେରାଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ କମିଶନରେଟ୍ ପୋଲିସ ଖୋଲତାଡ଼ ଜାରି ରଖିଛି ।