ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

୯ ବର୍ଷୀୟ ଝିଅକୁ ତଣ୍ଟିଚିପି ହତ୍ୟା, ଦୁଷ୍କର୍ମ ସନ୍ଦେହ

ଜୟପୁର: ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ୯ ବର୍ଷୀୟ ଝିଅଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ଏଥିସହ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ବୋଲି ନିଶ୍ଚିତ ହେବା ପାଇଁ ତାଙ୍କ ମୁଣ୍ଡରେ ପଥର ଛେଚାଯାଇଛି।

ସେହିପରି ଏପରି ନର୍ମମ ହତ୍ୟା ପୂର୍ବରୁ ନାବାଳିକାଙ୍କୁ ଦୁଷ୍କର୍ମ ମଧ୍ୟ କରାଯାଇଥିବା ପୁଲିସ୍‌ ସନ୍ଦେହ କରିଛି। ଅବଶ୍ୟ ରିପୋର୍ଟ ଆସିବା ପରେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଛନ୍ତି କି ନାହିଁ, ତା’ହା ସ୍ପଷ୍ଟ ହେବ।

ଏସ୍‌ପି ଆନନ୍ଦ ଶର୍ମା କହିଛନ୍ତି ଯେ, ନାବାଳିକା ଜଣଙ୍କ ନାୟକ ସଂପ୍ରଦାୟର। ମଙ୍ଗଳବାର ସେ ନିଖୋଜ ହେବାର ଖବର ମିଳିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ନାବାଳିକା ଜଣଙ୍କ ଜଣେ ବ୍ୟକ୍ତିଙ୍କ ସହ ମଙ୍ଗଳବାର ରହିଥିଲେ। ଏହି ବ୍ୟକ୍ତିଙ୍କ ସହ ମିଶି ଗୋଟିଏ ଦୋକାନରୁ ସେ ଚିପ୍ସ ପ୍ୟାକେଟ ମଧ୍ୟ କିଣିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଅଭିଯୁକ୍ତ ଜଣକ ତାଙ୍କୁ ଚିପ୍ସର ଲୋଭ ଦେଖାଇ ଅପହରଣ କରିଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ, ନାବାଳିକାଙ୍କୁ ପ୍ରଥମ ଗୋଟିଏ କପଡ଼ା ଦ୍ୱାରା ତଣ୍ଟିଚିପି ହତ୍ୟା କରାଯାଇଛି। ଏହାପରେ ତାଙ୍କ ମୁଣ୍ଡକୁ ପଥରରେ ଆକ୍ରମଣ ହୋଇଛି। ଘର ଠାରୁ ମାତ୍ର ୧.୫ କିମି ଦୂରରୁ ନାବାଳିକାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ତେଣୁ କୌଣସି ଚିହ୍ନା ପରିଚିତ ଲୋକ ହିଁ ଏପରି କାଣ୍ଡ ଘଟାଇଛି। ଶବ ବ୍ୟବଚ୍ଛେଦ ପରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଛି କି ନାହିଁ, ସେକଥା ସ୍ପଷ୍ଟ ହେବ ବୋଲି ଶ୍ରୀ ଶର୍ମା କହିଛନ୍ତି।

ନାବାଳିକାଙ୍କ ରକ୍ତାକ୍ତ ମୃତଦେହ ଗୋଟିଏ ପରିତ୍ୟକ୍ତ ସ୍ଥାନରେ ପଡ଼ିଥିବା ଖବର ମିଳିବା ପରେ ଏସ୍‌ପି ଆନନ୍ଦ ଶର୍ମା, ତାଙ୍କ ଡେପୁଟି ଓ ଷ୍ଟେସନ ହାଉସ ଅଫିସର ତେଜୱନ୍ତ ସିଂହ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହାପରେ ଏକାଧିକ ପୁଲିସ୍‌ ଟିମ ଓ ଡଗ ସ୍କ୍ୱାଡ ମଧ୍ୟ ଆସି ସ୍ଥିତିର ତଦନ୍ତ କରିଥିଲେ।

ନାବାଳିକାଙ୍କ ବାପା ଜଣେ ଦିନ ମଜୁରିଆ। ପ୍ରାଣ ହରାଇଥିବା ନାବାଳିକା ଜଣଙ୍କ ତାଙ୍କର ଏକମାତ୍ର ପିଲା ଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଲୋକମାନେ ତୁରନ୍ତ ଦୋଷୀକୁ ଧରିବା ପାଇଁ ଦାବି କରିଛନ୍ତି।

Show More

Related Articles

Back to top button