ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ବାର୍ଡ ଫ୍ଲୁରେ ସଂକ୍ରମିତ ହେଲା ୪ବର୍ଷର ଶିଶୁ

ଚୀନରେ ଆତଙ୍କ

ଚୀନରେ ଚିହ୍ନଟ ହେଲା ବାର୍ଡ ଫ୍ଲୁର H3N8 ଷ୍ଟ୍ରେନ୍‌ର ପ୍ରଥମ ମାମଲା । ଏହି ମାମଲା ଜଣେ ୪ ବର୍ଷର ଶିଶୁ ଦେହରେ ଦେଖା ଦେଇଛି ବୋଲି ମଙ୍ଗଳବାର ଚୀନର ସ୍ୱାସ୍ଥ୍ୟ ପ୍ରଶାସନ ସୂଚନା ଦେଇଛି ।

ସୂଚନା ଅନୁଯାୟୀ, ଏପ୍ରିଲ ୫ରେ ହେନାନ ଅଞ୍ଚଳର ରହୁଥିବା ଜଣେ ୪ ବର୍ଷର ବାଳକଠାରେ ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ସବୁ ଦେଖାଦେଇଥିଲା । ଏହାପରେ ପିଲାଟିର ସମସ୍ତ ପ୍ରକାର ଟେଷ୍ଟ୍ କରାଯାଇଥିଲା । ଟେଷ୍ଚରୁ ଏହି ଭାଇରସ୍ ସହିତ ପଜିଟିଭ୍ ରିପୋର୍ଟ ଆସିଥିଲା । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ଏକ ବୟାନରେ କହିଛି ଯେ ପିଲାଟିର ପରିବାର ଘରେ ପୋଷା କୁକୁଡ଼ା ଓ କାଉ ପାଳିଥିଲେ । ଏମାନଙ୍କ ସଂସ୍ପର୍ଶରେ ଆସି ଏପରି ହୋଇଥାଇପାରେ ବୋଲି କୁହାଯାଉଛି । ତେବେ ଏହା ପୂର୍ବରୁ ମଧ୍ୟ ଘୋଡ଼ା, କୁକୁର ଓ ପକ୍ଷୀମାନଙ୍କଠାରେ  H3N8 ଷ୍ଟ୍ରେନ୍‌ ତିହ୍ନଟ କରାଯାଇଥିଲା । କିନ୍ତୁ କୌଣସି ମଣିଷ ଏଥିରେ ସଂକ୍ରମିତ ହେବାର ଏହା ହେଉଛି ପ୍ରଥମ ମାମଲା।

ରାଷ୍ଟ୍ରୀୟ ଆୟୋଗ ଆହୁରି କହିଛି ଯେ ବାର୍ଡ ଫ୍ଲୁର H3N8 ଷ୍ଟ୍ରେନ୍‌ ମଣିଷକୁ ବିଶେଷ ସଂକ୍ରମିତ କରିବାର କ୍ଷମତା  ନାହିଁ । ତେଣୁ ମହାମାରୀ ବ୍ୟାପିବାର ଆଶଙ୍କା କମ୍‌ ରହିଛି। କିନ୍ତୁ ମୃତ ଏବଂ ଅସୁସ୍ଥ ପକ୍ଷୀମାନଙ୍କ ପାଖରୁ ଦୂରେଇ ରହିବା ସହିତ ଯଦି କୌଣସି ଲକ୍ଷଣ ପରିଲକ୍ଷିତ ହୁଏ ତାହାଲେ ତୁରନ୍ତ ଚିକିତ୍ସା କରିବା ଉଚିତ୍ ।

 

Show More

Related Articles

Back to top button