Breaking PLUSଓଡ଼ିଶାମୁଖ୍ୟ ଖବର

ଲଘୁଚାପ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଲଘୁଚାପକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି । ବର୍ଷା ପାଇଁ ପ୍ରଶାସନିକ ସ୍ତରରେ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ଚିଠିରେ ଉଲ୍ଲେଖ କରିଛନ୍ତି। ପରିସ୍ଥିତି ଉପରେ ନଜର ରଖିବାକୁ ଏସଆରସି କହିଛନ୍ତି। ରାଜ୍ୟରେ ବର୍ଷା ସତର୍କତା ନେଇ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ଆଜି ସୃଷ୍ଟି ହେବାକୁ ଥିବା ଲଘୁଚାପ ନେଇ ସତର୍କ କରାଇଛନ୍ତି । ବଜ୍ରପାତ ଅଘଟଣ ଏଡାଇବାକୁ ଲୋକଙ୍କୁ ସଚେତନ କରିବାକୁ କହିବା ସହ କ୍ଷୟକ୍ଷତି ବାବଦରେ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ବର୍ଷା ଓ ବଜ୍ରପାତ ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ।

Show More

Related Articles

Back to top button