Breaking PLUSଓଡ଼ିଶାମୁଖ୍ୟ ଖବର
ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଲେ ସଧବ ନାରୀ

ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା । ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନ ପାଳନ କରାଯାଏ ସାବିତ୍ରୀ ବ୍ରତ । ଏହି ଦିନ ମହିଳାମାନେ ସ୍ନାନ ଆଦି କାର୍ଯ୍ୟ ସାରି ନୂଆ, ଶାଢୀ ସହ ବିଭିନ୍ନ ସୁହାଗ ଜିନିଷ ପରିଧାନ କରି ବିିଭିନ୍ନ ପ୍ରକାର ଭୋଗ,ଫୁଲ ଆଦି ପୂଜାଚ୍ଚର୍ନା ସହ ଜିନିଷ ନେଇ ବିଭିନ୍ନ ଦେବାଳୟରେ ପୂଜାର୍ଚ୍ଚନା କରି ଥାନ୍ତି । କିଛି ମହିଳା ଘରେ ମଧ୍ୟ ବ୍ରତ ପାଳନ କରନ୍ତି । ଘରକୁ ପୂଜାରୀ ଆସି ବ୍ରତ କଥା ପଢିବା ସହ ପୂଜାର୍ଚ୍ଚନା କରି ଥାନ୍ତି । ମହିଳା ଏହି ଦିନ ଉପବାସ କରି ସ୍ୱାମୀଙ୍କ ଶୁଭ ମନାସି ଥାନ୍ତି । ଫଳ ଆହାର କରନ୍ତି ।