Breaking PLUSଦେଶମୁଖ୍ୟ ଖବର

5ଦିନରେ କେରଳ ଛୁଇଁବ ମୌସୁମୀ

ଆସନ୍ତା ୪ରୁ ୫ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ। ଏଥିପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ସ୍ପଷ୍ଟ କରିଛି। ମୌସୁମି ଦକ୍ଷିଣ ଆରବ ସାଗର, ମାଳଦ୍ବୀପ, ଲାକ୍ଷାଦ୍ବୀପ, କେରଳ, ତାମିଲନାଡୁ, ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର-ପୂର୍ବ ବଙ୍ଗୋପସାଗର, ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକର କିଛି ସ୍ଥାନକୁ ସ୍ପର୍ଶ କରିବା ସମ୍ଭାବନା ରହିଛି। ଚଳିତ ବର୍ଷ ମୌସୁମି ମେ’ ୨୭ବେଳକୁ କେରଳ ଛୁଇଁବ ବୋଲି ଆଇଏମଡି ଆକଳନ କରିଥିଲା। ଚଳିତ ବର୍ଷ ଗୋଟିଏ ଦିନ ଆଗୁଆ ଆଣ୍ଡାମାନରେ ପହଞ୍ଚିଥିବା ବେଳେ ପ୍ରାୟ ୬ଦିନ ଆଗରୁ କେରଳ ଛୁଇଁବା ସମ୍ଭାବନା ରହିଛି। କେରଳ ଛୁଇଁବାର ୧୦ରୁ ୧୨ଦିନରେ ମୌସୁମି ଓଡ଼ିଶା ଆସିଥାଏ। ଏଥର ଓଡ଼ିଶାରେ ଜୁନ୍ ୧୦ସୁଦ୍ଧା ମୌସୁମୀ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି।

Show More

Related Articles

Back to top button