Breaking PLUSଦେଶ ବିଦେଶମୁଖ୍ୟ ଖବର
ଜେଲେନ୍ସ୍କି ଓ ପୁଟିନଙ୍କ ସହ ଟ୍ରମ୍ପଙ୍କ ଆଲୋଚନା

ବନ୍ଦ ହେବ ୩ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ରୁୁଷ ଓ ୟୁକ୍ରେନ୍ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି । ସୋମବାର ବିଳମ୍ବିତ ରାତିରେ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ଦୀର୍ଘ ୨ ଘଣ୍ଟା ଧରି ଫୋନ ଯୋଗେ ଆଲୋଚନା ହୋଇଥିଲା । ସୂଚନା ଅନୁଯାୟୀ ପୁଟିନ୍ ୟୁକ୍ରେନ୍ ସହ ଅସ୍ତ୍ରବିରତି ରାଜିନାମାରେ ସ୍ୱାକ୍ଷର କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଆଲୋଚନା କାଳରେ ଯୁଦ୍ଧବିରତି, ସ୍ଥାୟୀ ଶାନ୍ତି ପାଇଁ ଅନୁକୂଳ ପଦକ୍ଷେପ ପ୍ରହଣ କରାଯିବା ଉପରେ ପୁଟିନ ଗୁରୁତ୍ୱାରୋପ କରିଛନ୍ତି ।