Breaking PLUSଦେଶମୁଖ୍ୟ ଖବର
ପାକିସ୍ତାନର ଟାର୍ଗେଟରେ ଥିଲା ସ୍ୱର୍ଣ୍ଣ ମନ୍ଦିର

ଆତଙ୍କବାଦୀଙ୍କ ବିରୋଧରେ ଭାରତର ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଆକ୍ରମଣ କରିବାକୁ ଯୋଜନା କରିଥିଲା । ହେଲେ ଭାରତୀୟ ବାୟୁସେନା ମେ ୮ରେ ଏହି ଆକ୍ରମଣକୁ ବିଫଳ କରିଥିଲା । ବାୟୁସେନାର ଜଣେ ଯବାନ ଗଣମାଧ୍ୟମରେ କହିଛନ୍ତି ଯେ ଅପରେସନ ସିନ୍ଦୂର ଅଧିନରେ ପାକିସ୍ତାନର ଘୃଣ୍ୟ କାର୍ଯ୍ୟକଳାନକୁ ପଣ୍ଡ କରାଯାଇଥିଲା । ଯବାନ ଜଣଙ୍କ କହିଛନ୍ତି ପାକିସ୍ତାନ ସ୍ୱର୍ଣ୍ଣ ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ କରି ଡ୍ରୋନ୍ ଓ ମିସାଇଲ ଆକ୍ରମଣ କରିଥିଲା । କିନ୍ତୁ ଆମେ ସଠିକ୍ ପ୍ରତିଶୋଧ ନେଇଛୁ ଏବଂ ସକାଳ ସୁଦ୍ଧା ଶତ୍ରୁକୁ ଆଣ୍ଠୁମାଡି ତଳେ ପକାଇଛୁ । ଯେପର୍ଯ୍ୟନ୍ତ ଭାରତୀୟ ସେନା ସୀମାରେ ନିୟୋଜିତ ଅଛନ୍ତି, ସେପର୍ଯ୍ୟନ୍ତ ଦେଶ ଆଡକୁ କେହି ଆଖି ଉଠାଇପାରିବେ ନାହିଁ । ଭାରତର ଆକାଶ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଏବଂ ଏଲ୍-୭୦ ବାୟୁ ପ୍ରତିରକ୍ଷା ବନ୍ଧୁକ ସେମାନଙ୍କର କାମ ଭଲ ଭାବରେ କରିଥିଲେ ଏବଂ ପାକିସ୍ତାନର ଆକ୍ରମଣକୁ ସମ୍ପୂର୍ଣ୍ଣ ବିଫଳ କରିଥିଲେ ।