Breaking PLUSଦେଶମୁଖ୍ୟ ଖବର
କେଦାରନାଥରେ ପୁଣି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଉତ୍ତରାଖଣ୍ଡର କେଦାରନାଥ ଧାମରେ ପୁଣି ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଶନିବାର ଜରୁରୀକାଳୀନ ଅବତରଣ ବେଳେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଜଣେ ଡାକ୍ତରଙ୍କ ମୋଟ ୩ଜଣ ଯାତ୍ରା କରୁଥିଲେ । ସମସ୍ତେ ସୁରକ୍ଷିତ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ଏକ ଏୟାର ଆମ୍ବୁଲାନ୍ସ ବୋଲି କୁହାଯାଉଛି । ଏହି ଆମ୍ବୁଲାନ୍ସଟି ଋଷିକୁଲ୍ୟାରେ ଥିବା ଏମ୍ସର । ଏହି ଏୟାର ଆମ୍ବୁଲନ୍ସ ଯୋଗେ କେଦାରନାଥ ଧାମରୁ ଋଷିକେଶ ଏମ୍ସକୁ ନିଆଯାଉଥିଲା । ହେଲିକପ୍ଟରରେ ପାଇଲଟ, ରୋଗୀ ଏବଂ ଡାକ୍ତର ଥିଲେ ।