Breaking PLUSଦେଶମୁଖ୍ୟ ଖବର

ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ପ୍ରଶ୍ନ

ଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ ପାଇଁ ବିଲ୍‍ ଅନୁମୋଦନ ପାଇଁ କୌଣସି ସମୟସୀମା କ’ଣ ସୁପ୍ରିମକୋର୍ଟ ସ୍ଥିର କରିପାରିବେ । କିଛି ଏଭଳି ପ୍ରଶ୍ନ ପଚାରିଛନ୍ତି ରାଷ୍ଟ୍ରପତି । ପ୍ରକୃତରେ ତାମିଲନାଡୁ ସରକାରଙ୍କ ରାଜ୍ୟପାଳଙ୍କ ବିରୋଧରେ ଦାୟର ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏହି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ୮ ଏପ୍ରିଲରେ ଆସିଥିବା ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ଠାରୁ ଆନୁଷ୍ଠାନିକ ମତାମତ ଲୋଡିଛନ୍ତି । ସମ୍ବିଧାନର ଧାରା ୧୪୩(୧) ଅନୁଯାୟୀ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୁପ୍ରିମକୋର୍ଟଙ୍କୁ ପଚାରିଛନ୍ତି ରାଷ୍ଟ୍ରପତି ।
ରାଷ୍ଟ୍ରପତି କହିଛନ୍ତି ଯେ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ସମ୍ବିଧାନର ଧାରା ୨୦୦ ଏବଂ ୨୦୧ ଅନୁଯାୟୀ ବିଲ୍‍ ଉପରେ ନିଷ୍ପତ୍ତି ନିଅନ୍ତି, କିନ୍ତୁ ଏହି ଧାରା ଗୁଡିକ କୌଣସି ସ୍ଥାନରେ କୌଣସି ସମୟ ସୀମା କିମ୍ବା ପ୍ରକ୍ରିୟା ସ୍ଥିର କରେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ଏହି ଇଚ୍ଛାଧୀନ ନିଷ୍ପତ୍ତି ସଂଘୀୟତା, ଆଇନର ସମାନତା, ଜାତୀୟ ସୁରକ୍ଷା ଏବଂ କ୍ଷମତା ମଧ୍ୟରେ ସନ୍ତୁଳନ ଭଳି ବହୁପାକ୍ଷିକ ଦିଗ ଉପରେ ଆଧାରିତ । ଗତ ୮ଏପ୍ରିଲରେ ଜଷ୍ଟିସ୍‍ ଜେବି ପାରଦିୱାଲା ଏବଂ ଜଷ୍ଟିସ୍‍ ଆର ମହାଦେବନ୍‍ଙ୍କୁ ନେଇ ଗଠିତ ଖଣ୍ଡପୀଠ ୪୧୫ ପୃଷ୍ଠାର ରାୟରେ କହିଥିଲେ ଯେ
ବିଲ୍‍ ପାଇବାର ତିନି ମାସ ମଧ୍ୟରେ ରାଜ୍ୟପାଳଙ୍କୁ ନିଷ୍ପତ୍ତି ନେବାକୁ ପଡିବ ।

ଯଦି ବିଧାନସଭା ପୁନର୍ବାର ସମାନ ବିଲ୍‍ ପାସ୍‍ କରି ଫେରାଇ ଦିଏ, ତେବେ ରାଜ୍ୟପାଳଙ୍କୁ ଗୋଟିଏ ମାସ ମଧ୍ୟରେ ଅନୁମୋଦନ ଦେବାକୁ ପଡିବ । ସେହିପରି ରାଷ୍ଟ୍ରପତିଙ୍କୁ ତିନି ମାସ ମଧ୍ୟରେ ସେହି ବିଲ୍‍ ଉପରେ ନିଷ୍ପତ୍ତି ନେବାକୁ ପଡିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୋର୍ଟଙ୍କ ଏହି ବିବୃତ୍ତି ଉପରେ ମଧ୍ୟ ଆପତ୍ତି ଉଠାଇଛନ୍ତି । କହିଛନ୍ତି ଯେ ତାମିଲନାଡୁର ୧୦ଟି ବିଚାରଧୀନ ବିଲ୍‍ କୁ ଅନୁମୋଦନ କରାଯାଇଛି । ଯାହାକି ସମ୍ବିଧାନର ମୌଳିକ ଆଧାର ବିରୋଧରେ । ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କୁ ସମ୍ବିଧାନ କିମ୍ବା ଆଇନରେ ସ୍ପଷ୍ଟ ଭାବରେ ପରିଭାଷିତ ହୋଇଥିବା ମାମଲାରେ ଧାରା ୧୪୨ ବ୍ୟବହାର କରାଯାଇପାରିବ କି ବୋଲି ପଚାରିଥିଲେ । ଏହି ଧାରା ନ୍ୟାୟପାଳିକାକୁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button