Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର
ଚୀନ ଓ ତୁର୍କୀ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍

ଚୀନ ଓ ତୁର୍କୀ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍ । ଚୀନର ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଏବଂ ଏହାର ସରକାରୀ ଏଜେନ୍ସ ଅଧିକାରୀଙ୍କ ଏକ୍ସ ଆକାଉଣ୍ଟକୁ ବ୍ଲକ କରିଛି ଭାରତ । ଭାରତୀୟ ସେନା ବିରୋଧରେ ମିଛ ପ୍ରଚାର କରିବାରୁ ଆକାଉଣ୍ଟ ବ୍ଲକ କରିଛନ୍ତି କେନ୍ଦ୍ର ସରକାର । ପହଲଗାଓଁ ଆକ୍ରମଣ ପରେ ଭାରତର ପାକିସ୍ତାନ ସହିତ ଆତଙ୍କବାଦୀ ବିରୋଧରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ତୁର୍କୀ ଏବଂ ଚୀନ ପାକିସ୍ତାନକୁ ସମର୍ଥନ କରିଥିଲେ । ଏହି ସବୁ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ଭାରତ ବିରୋଧରେ ପାକିସ୍ତାନର ପ୍ରଚାରକୁ ପ୍ରୋତ୍ସାହିତ ମଧ୍ୟ କରିଥିଲେ । ସେପଟେ ତୁର୍କୀର ସରକାରୀ ସୋସିଆଲ ମିଡ଼ିଆ ଟିଆଇଟି ଭାରତରେ ବ୍ୟାନ ହୋଇଛି । ପାକିସ୍ତାନକୁ ଯୁଦ୍ଧରେ ସହଯୋଗ କରିବାର ପ୍ରମାଣ ମିଳିବା ପରେ ବ୍ୟାନ କରିଛି ଭାରତ ।