କେବଳ ସେନା ଓ ସରକାର ନୁହେଁ ସାଧାରଣ ଜନତା ପ୍ରସ୍ତୁତ ହେବା ଉଚିତ୍- ସୁରେଶ ପୂଜାରୀ

ଭୁବନେଶ୍ୱର, 6 ମେ – ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଆସନ୍ତାକାଲି ହେବାକୁ ଥିବା ମକ୍ ଡ୍ରିଲ ଉପରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତାକାଲି 12ଟି ସ୍ଥାନରେ ମକ୍ ଡ୍ରିଲ ହେବା ପରେ ଆଗକୁ ଗାଁରେ ବି ହେବ ମକ୍ ଡ୍ରିଲ । ଯୁଦ୍ଧ ସମୟରେ କଣ କରିବାକୁ ପଡେ, ତା ଉପରେ ଆଡଭାଇଜରୀ ମଧ୍ୟ ଆସିବ । କେବଳ ସେନା ଓ ସରକାର ପ୍ରସ୍ତୁତ ହେଲେ ଚାଲିବ ନାହିଁ, ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ହେବା ଉଚିତ । ଓଡ୍ରାଫ, ଅଗ୍ନିଶମ, ଓଡ଼ିଶା ପୋଲିସ, ଅର୍ଦ୍ଧ ସାମରିକ ବାହିନୀଙ୍କର ମକ୍ ଡ୍ରିଲରେ ଭୂମିକା ରହିବ । ଜନସାଧାରଣ ଭୟବିତ ହେବାର କୌଣସି କାରଣ ନାହିଁ, ଏଭଳି ପରିସ୍ଥିତିରେ ଆମକୁ ସଜାଗ ରହିବା ସହ ସାମ୍ନା କରିବାକୁ ପଡ଼ିବ । ଆଗକୁ ଗାଁରେ ବି ହେବ ମକ ଡ୍ରିଲ୍ । ଯୁଦ୍ଧ ସମୟରେ କଣ କରିବାକୁ ପଡେ, ତା ଉପରେ ଆଡଭାଇଜରୀ ମଧ୍ୟ ଆସିବ । କୌଣସି ପରିସ୍ଥିତି ସୃଷ୍ଟି ହେଲେ ସାମ୍ନା କରିବା ପାଇଁ ପୂର୍ବ ପ୍ରସ୍ତୁତି ଆବଶ୍ୟକ । ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ଉତ୍ତେଜନା ସୃଷ୍ଟି ହୋଇଛି, କେତେବେଳେ କଣ ହେବ କିଛି କହି ହେବନି । ଏବେ ପାକିସ୍ତାନରେ ହାହାକାର । କେବଳ ଭାରତ ନୁହେଁ ଆମେରିକା ଭଳି ଦେଶ ମଧ୍ୟ ପୂର୍ବରୁ ଆତଙ୍କବାଦୀ ଆକ୍ରମଣର ସାମ୍ନା କରିଛି ବୋଲି ସୁରେଶ ପୂଜାରୀ କହିଛନ୍ତି ।