Breaking PLUSଓଡ଼ିଶାମୁଖ୍ୟ ଖବର

27ରୁ ଚାରିଧାମ ଯାତ୍ରା ପାଇଁ ‘ଭାରତ ଗୌରବ ଡିଲକ୍ସ ପର୍ଯ୍ୟଟନ ଟ୍ରେନ୍

ନୂଆଦିଲ୍ଲୀ: ବଦ୍ରିନାଥଧାମ, ଜଗନ୍ନାଥଧାମ, ରାମେଶ୍ୱରମ୍ ଏବଂ ଦ୍ୱାରକାଧାମକୁ ପ୍ରତ୍ୟେକ ଭାରତୀୟ ପରିଦର୍ଶନ କରିବାକୁ ଇଚ୍ଛା କରନ୍ତି। ଦେଶର ଏହି ଚାରିଧାମକୁ ଟ୍ରେନରେ ଯାତ୍ରା କରିବା ସମ୍ଭବ ହୋଇପାରିଛି। ଏଥିପାଇଁ ଭାରତୀୟ ରେଳବାଇ ଦ୍ୱାରା ‘ଭାରତ ଗୌରବ ଡିଲକ୍ସ ପର୍ଯ୍ୟଟନ ଟ୍ରେନ୍’ ଚଳାଚଳ କରାଯାଉଅଛି। ଚାରିଧାମକୁ ସଂଯୋଗ କରିବା ପାଇଁ ଭାରତୀୟ ରେଳବାଇ ପୂର୍ବରୁ ଦୁଇଥର ଭାରତ ଗୌରବ ଡିଲକ୍ସ ପର୍ଯ୍ୟଟନ ଟ୍ରେନ୍ ଚଳାଚଳ କରିସାରିଛି।

ଚଳିତ ବର୍ଷ ୧୭ ଦିନିଆ ଚାରିଧାମ ଭାରତ ଗୌରବ ଡିଲକ୍ସ ଯାତ୍ରା ଆସନ୍ତା ୨୭ ତାରିଖ ଠାରୁ ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଆରମ୍ଭ ହେବ। ଏହା ଅଧୀନରେ ବଦ୍ରିନାଥ, ମାନା ଗ୍ରାମ, ନରସିଂହ ମନ୍ଦିର, ଯୋଶୀମଠ, ଋଷିକେଶ, ଜଗନ୍ନାଥ ମନ୍ଦିର, ପୁରୀ ବେଳାଭୂମି, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚନ୍ଦ୍ରଭଗା ବେଳାଭୂମି, ରାମନାଥସ୍ୱାମୀ ମନ୍ଦିର ଏବଂ ଧନୁଶକୋଡି, ଦ୍ୱାରକାଧୀଶ, ଜ୍ୟୋତିର୍ଲିଙ୍ଗ ଏବଂ ଭେଟଦ୍ବାରକା ପରି ସ୍ଥାନଗୁଡିକ ପରିଭ୍ରମଣ କରାଯିବ। ଏହି ଯାତ୍ରାରେ ଯାଉଥିବା ଯାତ୍ରୀମାନଙ୍କୁ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର, ପୁଣେର ଭୀମାଶଙ୍କର ମନ୍ଦିର ଏବଂ ନାସିକର ତ୍ରୟମ୍ବକେଶ୍ୱର ମନ୍ଦିର ପରିଦର୍ଶନରେ ମଧ୍ୟ ସୁଯୋଗ ଉପଲାବଧା କରାଯିବ।  ୧୭ ଦିନର ଯାତ୍ରା ମଧ୍ୟରେ ସମସ୍ତ ଭକ୍ତମାନେ ୮୪୨୫ କିଲୋମିଟର ଯାତ୍ରା କରିବେ।

Show More

Related Articles

Back to top button