Breaking PLUSଦେଶ ବିଦେଶମୁଖ୍ୟ ଖବର

ପହଲଗାମ ଘଟଣାରେ ସଂପୃକ୍ତ ଆତଙ୍କବାଦୀ ମୁସା ପାକିସ୍ତାନ ସେନାର ପୂର୍ବତନ କର୍ମଚାରୀ

ପହଲଗାଓଁ ଗଣହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀ ହାସିମ ମୁସା ପାକିସ୍ତାନ ସେନାର ଜଣେ ପୂର୍ବତନ କର୍ମଚାରୀ। ପାକିସ୍ତାନ ସେନାର ସ୍ଵତନ୍ତ୍ର ବାହିନୀରେ ସେ କାର୍ଯ୍ୟ କରୁଥିଲା। ଆକ୍ରମଣ ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି। ମୁସା ବର୍ତ୍ତମାନ ଜଣେ ହାର୍ଡକୋର ଆତଙ୍କବାଦୀ। ସେ ବର୍ତ୍ତମାନ ପାକିସ୍ତାନୀ ଆତଙ୍କୀ ସଂଗଠନ ଲଶ୍କରର ଜଣେ ସଦସ୍ୟ। ଲଶ୍କର ମାଷ୍ଟରମାଇଣ୍ଡ ମୁସା ସମେତ ଅନ୍ୟ କିଛି ଆତଙ୍କବାଦୀଙ୍କୁ ପର୍ଯ୍ୟଟକ ଏବଂ ସୁରକ୍ଷାକର୍ମୀଙ୍କୁ ହତ୍ୟା କରିବା ଲାଗି ଏକ ସ୍ଵତନ୍ତ୍ର ଅଭିଯାନରେ କାଶ୍ମୀର ପଠାଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି।

Show More

Related Articles

Back to top button