Breaking PLUSଓଡ଼ିଶାମୁଖ୍ୟ ଖବର
3 ନାବାଳକଙ୍କ ସଲୀଳ ସମାଧି

ପୋଖରୀରେ ବୁଡ଼ି ୩ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ ଜିଲା ଦଶପଲ୍ଲା ଅନ୍ତର୍ଗତ ଗୋଡ଼ିବିଡ଼ା ଗ୍ରାମରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ଗାଁର ୩ ଜଣ ନାବାଳକ ଗାଁ ପୋଖରୀରେ ଗାଧୋଉଥିଲେ। ଗାଧୋଇବା ସମୟରେ ପାଣିରେ ବୁଡ଼ିଯାଇ ସେମାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁଇ ନାବାଳକଙ୍କ ବୟସ ୧୧ ବର୍ଷ ହୋଇଥିବାବେଳେ ଜଣକ ବୟସ ୯ ବର୍ଷ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।