Breaking PLUSଓଡ଼ିଶାମୁଖ୍ୟ ଖବର

ଅକ୍ଷୟ ତୃତୀୟା ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି କାମ

ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମରାମତି ଜାରି ରହିଛି। ଗତ ଡିସେମ୍ବର ୧୭ରୁ ଆରମ୍ଭ କରାଯାଇଥିବା କାର୍ଯ୍ୟ ଚଳିତ ମାସ ଅକ୍ଷୟ ତୃତୀୟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଶୁକ୍ରବାର ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସ୍‌ଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶୀଘ୍ର ଶେଷ ପାଇଁ ପ୍ରୟାସ ଜାରି ରହିଛି। ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ଶେଷ ପରେ ରତ୍ନଭଣ୍ଡାର ଆଗାମୀ ୧୦୦ ବର୍ଷ ପାଇଁ ସୁରକ୍ଷିତ ରହିପାରିବ। ବର୍ତ୍ତମାନ ଭିତର ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଭିତର ଓ ବାହାର ରତ୍ନ ଭଣ୍ଡାରକୁ ସଂଯୋଗ କରୁଥିବା ୫ଟି ଜରାଜୀର୍ଣ୍ଣ ବିମ୍‌କୁ ବଦଳାଯାଇ ଷ୍ଟିଲ୍‌ ବିମ୍‌ ଲଗାଯାଇଛି ବୋଲି ଜଷ୍ଟିସ୍‌ ରଥ ସୂଚନା ଦେଇଛନ୍ତି।

Show More

Related Articles

Back to top button