Breaking PLUSଓଡ଼ିଶାମୁଖ୍ୟ ଖବର
ରାସ୍ତାରେ ଥିବା ଟ୍ରାକ୍ଟରକୁ ଧକ୍କା ଦେଲା ସ୍କୁଲ୍ ବସ୍

ଭୁବନେଶ୍ବର: ରାସ୍ତାରେ ଥିବା ଟ୍ରାକ୍ଟରକୁ ଧକ୍କା ଦେଲା ସ୍କୁଲ୍ ବସ୍ । ପଟିଆ ସ୍ଥିତ ଦ୍ୱିତୀୟ ଆରଟିଓ ଅଫିସ ସାମ୍ନାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରାକ୍ଟରକୁ ଧକ୍କା ଦେଲା ସ୍କୁଲ ବସ। ଏହି ସ୍କୁଲ ବସ ମଦର୍ ପବ୍ଲିକ ସ୍କୁଲ ନାମରେ ରହିଛି ବୋଲି ଜଣା ପଡ଼ୁଛି । ତେବେ ସୌଭାଗ୍ୟର କଥା ହେଉଛି ବସରେ କୌଣସି ଛାତ୍ରଛାତ୍ରୀ ନଥିଲେ। ସ୍କୁଲରୁ ବାହାରି ସକାଳୁ ପିଲା ମାନଙ୍କୁ ଘରୁ ଆଣିବାକୁ ଯାଉଥିଲା ବସ୍ ।