Breaking PLUSଓଡ଼ିଶାମୁଖ୍ୟ ଖବର

ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ନବୀନ ନିବାସରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓ ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ, ଅରୁଣ ସାହୁ, କଳିକେଶ ନାରାୟଣ ସିଂଦେଓ, ପ୍ରତାପ ଜେନା, ଅନଙ୍ଗ ଉଦୟ ସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ ଏହି ବୈଠକରେ ସାମିଲ ଥିଲେ।

ବୈଠକ ପରେ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଅଛନ୍ତି, ଦଳ ମଜଭୂତ ଅଛି। ଲୋକମାନଙ୍କ ଭରସାର ଦଳ ହୋଇ ରହିବ। ଆଜି ସମ୍ପୂର୍ଣ୍ଣ ଭାବେ ସଂଗଠନ କାର୍ଯ୍ୟକ୍ରମକୁ ଆଗେଇବାକୁ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲୁ। ରାଜ୍ୟ ସଭାପତି, ଜିଲା ସଭାପତି ଓ ରାଜ୍ୟ କମିଟି ସହ ଅନ୍ୟ କର୍ମକର୍ତ୍ତା ଚୟନ ନେଇ ଆଲୋଚନା ହୋଇଛି। ସଂଗଠନ ନିର୍ବାଚନ କାର୍ଯ୍ୟକ୍ରମ ଚାଲିଛି।

Show More

Related Articles

Back to top button