Breaking PLUSଓଡ଼ିଶାମୁଖ୍ୟ ଖବର
ସାଙ୍ଗର ଠେଙ୍ଗାମାଡରେ ସାଙ୍ଗର ମୃତ୍ୟୁ

ବନ୍ଧୁ ହେଲା ବଇରୀ । ସାଙ୍ଗର ଠେଙ୍ଗାମାଡରେ ସାଙ୍ଗର ମୃତ୍ୟୁ ।ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଲାମ ମହୁଲ ଗ୍ରାମରେ ସାଙ୍ଗର ଠେଙ୍ଗା ମାଡରେ ସାଙ୍ଗର ମୃତ୍ୟୁ ଘଟିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ପୁତଲାମହୁଲ ଗ୍ରାମ ନିକଟରେ ଦୁଇ ଜଣ ସାଙ୍ଗ ବସି କଥାବର୍ତ୍ତା ହେଉଥିଲେ। ତେବେ ପରବର୍ତ୍ତୀ ସମୟରେ ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପରେ ମାରପିଟ ହୋଇଥିଲା। ଏଥିରେ ଜଣେ ସାଙ୍ଗର ଠେଙ୍ଗା ମାଡରେ ତା ସାଙ୍ଗର ମୃତ୍ୟୁ ଘଟିଥିବା ଜଣାପଡିଛି। ୨୫ ହଜାର ଟଙ୍କା ନେଣଦେଣକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି।