Breaking PLUSଓଡ଼ିଶାମୁଖ୍ୟ ଖବର

ବିଏଡ ପାଇଁ ଏପ୍ରିଲ 24ରୁ ଆବେଦନ

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ଦୁଇ ବର୍ଷିଆ ବି. ଏଡ୍‌, ଏମ୍‌. ଏଡ୍‌ ଓ ବି.ଏଚ୍‌.ଏଡ୍‌ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଶିକ୍ଷା ବର୍ଷ ୨୦୨୫-୨୬ ପାଇଁ ମଧ୍ୟ ଦୁଇ ବର୍ଷିଆ ବି. ଏଡ୍‌, ଏମ୍‌. ଏଡ୍‌ ଓ ବି.ଏଚ୍‌.ଏଡ୍‌ ପାଠ୍ୟକ୍ରମରେ ନାମଲେଖା ଏବଂ ଚୟନ ପ୍ରକିୟା ଏଥିପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ହିଁ କରାଯିବ। ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍‌ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।

Show More

Related Articles

Back to top button