Breaking PLUSଓଡ଼ିଶାମୁଖ୍ୟ ଖବର

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ବର୍ଗତ ଅନନ୍ତ ଦାଶଙ୍କ ବିୟୋଗରେ ବାଚସ୍ପତି ସୁରମା ପାଢ଼ୀଙ୍କ ଶୋକ

ଭୁବନେଶ୍ୱର ୯ ମାର୍ଚ୍ଚ – ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ବର୍ଗତ ଅନନ୍ତ ଦାଶଙ୍କ ବିୟୋଗରେ ବାଚସ୍ପତି ସୁରମା ପାଢ଼ୀ ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ବାଚସ୍ପତି କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସ୍ବର୍ଗତ ଅନନ୍ତ ଦାସଙ୍କ ବିୟୋଗ ଖବର ପାଇ ମୁଁ ଗଭୀର ଭାବେ ଦୁଃଖିତ ଓ ମର୍ମାହତ l ଭୋଗରାଇ ତଥା ବାଲେଶ୍ୱର ଅଂଚଳର ସାମୁହିକ ଉନ୍ନତିରେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ l ସେ ଜଣେ ଲୋକପ୍ରିୟ ରାଜନେତା ଥିଲେ l ଉଚ୍ଚଶିକ୍ଷା ଓ ଶିଳ୍ପ ବିଭାଗର ମନ୍ତ୍ରୀ ଭାବେ ସେ ଉଲ୍ଲେଖନୀୟ କାର୍ଯ୍ୟ କରି ଯାଇଛନ୍ତି l       ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି  ବାଚସ୍ପତି ସୁରମା ପାଢ଼ୀ l

Show More

Related Articles

Back to top button