Breaking PLUSଓଡ଼ିଶାମୁଖ୍ୟ ଖବର

କିଟ୍ ଘଟଣାରେ ଅଚ୍ୟୁତ ସାମନ୍ତଙ୍କ ସହ 13ଜଣଙ୍କୁ ପଚରାଉଚରା- ମନ୍ତ୍ରୀ

ଭୁବନେଶ୍ବର: କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି।  ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅସଦାଚରଣ କରିଥିବା କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଘଟଣାରେ ଅଚ୍ୟୁତ ସାମନ୍ତଙ୍କ ସହ ୧୩  ଜଣ କର୍ତ୍ତୃପକ୍ଷଙ୍କୁ ଉଚ୍ଚସ୍ତରୀୟ କମିଟି ପଚରାଉଚରା କରିଛି। ଏହା ସହ ସ୍ଥିତି ସ୍ବାଭାବିକ ପାଇଁ ଓ କ୍ଲାସ ସ୍ବାଭାବିକ ଭାବେ ପରିଚାଳନା ପାଇଁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଓ ରମାଦେବୀ ବିଶ୍ୱ ବିଦ୍ୟାଳୟର ୪ ଜଣ ପ୍ରଫେସରଙ୍କୁ ନେଇ ଏକ କମିଟି ଗଠିତ ହୋଇଛି। ସେହି କମିଟି ପ୍ରତି ୧୫ ଦିନରେ ଥରେ କିଟ୍ ଗସ୍ତ କରି ତର୍ଜମା କରିବେ।

Show More

Related Articles

Back to top button