Breaking PLUSଓଡ଼ିଶାମୁଖ୍ୟ ଖବର

କିଚକେଶ୍ବରୀ ମନ୍ଦିରର ବିକାଶ ପାଇଁ 50 କୋଟି

ଭୁବନେଶ୍ବର/ଖିଚିଂ : ଖିଚିଂ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନସ୍ଥଳ ଖିଚିଂ ଓ ପ୍ରସିଦ୍ଧ ଦେବୀପୀଠ କିଚକେଶ୍ବରୀ ମନ୍ଦିରର ବିକାଶ ତଥା ଉନ୍ନତିକରଣ ପାଇଁ ୫୦ କୋଟିର ଅର୍ଥରାଶି ଘୋଷଣା କରିଛନ୍ତି। ଏହି ଘୋଷଣା ସହ ପାଞ୍ଚପୀଢ଼ ଉପଖଣ୍ଡ ପାଇଁ ପ୍ରାୟ ୬୫ କୋଟି ଟଙ୍କାର ୫୩ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସାଂସ୍କୃତିକ ମହୋତ୍ସବରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପ ମଧ୍ୟରେ ମହିଳା ସଶକ୍ତୀକରଣ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ର ଇତ୍ୟାଦି ରହିଛି। ଆଗାମୀ ଦିନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ସମଗ୍ର ପାଞ୍ଚପୀଢ଼ ଅଞ୍ଚଳର ବିକାଶ ଘଟିବ। କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଖିଚିଂ ମନ୍ଦିର ସ୍ଥାନିତ ହୋଇଛି। ଯେଉଁଥିରେ ବିଶେଷ ସୁବିଧାଙ୍କ ମଧ୍ୟରେ ପାର୍କିଂ, ରାସ୍ତା, ଶୌଚାଳୟ, ଆଲୋକୀକରଣ, ପର୍ଯ୍ୟଟନ ସୂଚନା କେନ୍ଦ୍ର ଅନ୍ତର୍ଭୁକ୍ତ ହେବ। ଏହା ମଧ୍ୟ ଆତିଥ୍ୟ, ଟୁର୍ ଗାଇଡ୍ ଏବଂ ପରିବହନ ପରି କ୍ଷେତ୍ରଗୁଡିକରେ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଯୋଗାଇବ।

Show More

Related Articles

Back to top button