Breaking PLUSଓଡ଼ିଶାମୁଖ୍ୟ ଖବର

କିଟ୍ ଘଟଣାରେ ଆଉ 5 ଗିରଫ

କିଟ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରବର୍ତ୍ତୀ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ମୃତ ସହପାଠୀଙ୍କୁ ନ୍ୟାୟ ଦେବା ଦାବିରେ ଛାତ୍ରଛାତ୍ରୀମାନେ, ବିଶେଷ କରି ନେପାଳୀ ଛାତ୍ରଛାତ୍ରୀମାନେ ଯେତେବେଳେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ସେତେବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ପରେ ଏ ସମ୍ପର୍କିତ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

ଭିଡିଓରେ ବିଶ୍ୱବିଦ୍ୟାଳୟର ସୁରକ୍ଷା କର୍ମୀଙ୍କ ବ୍ୟତୀତ ଅନ୍ୟ କେତେଜଣ ବ୍ୟକ୍ତି ଛାତ୍ରଛାତ୍ରୀଙ୍କୁ ମାଡ଼ ମାରୁଥିବା ପ୍ରଦର୍ଶିତ ହେଉଛି। ଏହାକୁ ଆଧାର କରି ଇନ୍ଫୋସିଟି ପୁଲିସ ଆଜି ଅନ୍ୟ ୫ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୪ ଜଣ ବାଉନସର ଓ ଜଣେ ଫିଲଡ ଅଫିସର ଥିବା ଜଣାପଡିଛି।

Show More

Related Articles

Back to top button