ଲୋକସଭାରେ ନୂଆ ଆୟକର ବିଧେୟକ ଆଗତ

ଆଜି ୧୩ ଫେବୃୟାରୀରେ ଲୋକସଭାରେ ନୂଆ ଆୟକର ବିଧେୟକ ଆଗତ ହୋଇଛି । ୬୨୨ ପୃଷ୍ଠା ବିଶିଷ୍ଟ ଏହି ବିଧେୟକ ୬ ଦଶକ ପୁରୁଣା ଆୟକର ଆକ୍ଟ ୧୯୬୧ ବଦଳରେ ଲାଗୁ ହେବ । ପ୍ରସ୍ତାବିତ ଆଇନକୁ ଆୟକର ଅଧିନିୟମ ୨୦୨୫ କୁହାଯିବ ଏବଂ ଏହା ଏପ୍ରିଲ ୨୦୨୬ରୁ ଲାଗୁ ହେବା ଆଶା କରାଯାଉଛି ।
କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀତାରମଣ ଲୋକସଭାରେ ନୂତନ ଆୟକର ବିଧେୟକ-2025 ଉପସ୍ଥାପିତ କରିବା ସମୟରେ କହିଛନ୍ତି, “ଆମେ ଆୟକର ଧାରାଗୁଡ଼ିକର ସଂଖ୍ୟା କମାଇ 536 କରୁଛୁ।” ସେ କହିଛନ୍ତି ଯେ ଆୟକର ବିଧେୟକରେ ଅଧ୍ୟାୟଗୁଡିକର ସଂଖ୍ୟା କମିବା ସହିତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।
ଏହି ବିଧେୟକର ଉଦ୍ଦେଶ୍ୟ 64 ବର୍ଷ ପୁରୁଣା ଆୟକର ଆଇନରେ ବଡ଼ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରହିଛି।
ନୂତନ ଆୟକର ବିଧେୟକ-2025 ଭାରତର ଏବେର ଆୟକର ପ୍ରଣାଳୀ ଏବଂ ବୈଧାନିକ ପ୍ରାବଧାନଗୁଡିକରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ରୂପେ ଆଣାଯାଇଛି, ଯାହା 21 ଶତାବ୍ଦୀର ପ୍ରଗତି ଏବଂ ଆର୍ଥିକ ବାସ୍ତବତାଗୁଡିକର ଅନୁସାରେ ପୁରାତନ ଆୟକର ଆଇନ, 1961କୁ ନିରସ୍ତ୍ର କରିବାକୁ ଯାଉଛି। 622 ପୃଷ୍ଠାର ଏହି ବିଧେୟକ 6 ଦଶକ ପୁରାଣା ଇନକମ ଟାକ୍ସ୍ ଆକ୍ଟ 1961ର ସ୍ଥାନ ନେବ ।