Breaking PLUSଓଡ଼ିଶାମୁଖ୍ୟ ଖବର
ବାଇକକୁ ଧକ୍କା ଦେଲା କାର୍; ୩ ମୃତ

ଭୁବନେଶ୍ବର: ବାଇକ ଓ କାର ମଧ୍ୟରେ ଧକ୍କା ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି |ଏହି ଦୁର୍ଘଟଣାଟି ବଡଗଡ ଥାନା ଅନ୍ତର୍ଗତ ଟଙ୍କପାଣି ସାଇ ମନ୍ଦିର ନିକଟରେ ଘଟିଛି |ସୂଚନା ଅନୁଯାଇ ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା କାରଟି |ବାଇକରେ ଯାଉଥିବା ୩ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି ଏବଂ ସେମାନଙ୍କର କୌଣସି ପରିଚୟ ମିଳିନାହି |ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭରକୁ ବଡଗଡ ପୋଲିସ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି |