Breaking PLUSଓଡ଼ିଶାମୁଖ୍ୟ ଖବର

ମୋ ବସ୍‌ ଓ ଲୁନା ମଧ୍ୟରେ ଦୁର୍ଘଟଣା

କଟକ: କଟକରେ ମୋ ବସ ଓ ପରିବା ବୋଝେଇ ଲୁନା ଧକ୍କା ହୋଇଛି ।  ଦୁର୍ଘଟଣାଟି କଟକ ଖାନନଗର ସ୍ଥିତ ମଲାଚଣ୍ଡିଆ ଟ୍ରାଫିକ ଛକରେ ଘଟିଛି | ଦୁର୍ଘଟଣାରେ ପରିବା ବ୍ୟବସାୟୀ ଆହତ ହୋଇଛନ୍ତି | ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି, ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି |

କଟକ ଖାନନଗରରେ ମୋ ବସ୍‌ ସହିତ ଏକ ଲୁନାର ଦୁର୍ଘଟଣାର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜରେ ପରିବା ବୋଝେଇ ଲୁନା ଦ୍ରୁତ ଗତିରେ ଆସି ନିଜର ଭାରସାମ୍ୟ ହରାଇ ନିଜେ ମୋ ବସ୍ ସହିତ ମାଡ଼ ହୋଇ ଦୁର୍ଘଟଣାର ଶିକାର ହୋଇଛି । କ୍ରୁଟ ପକ୍ଷରୁ ଦୁର୍ଘଟଣା ବେଳର ଭିଡିଓ ସେୟାର କରାଯାଇଛି । ଭିଡିଓରେ ଲୁନାଟି ଭାରସାମ୍ୟ ହରାଇ ମୋ ବସରେ ମାଡ ହୋଇଥିବାର ଦେଖିବାକୁ ମିଳିଛି ।

Show More

Related Articles

Back to top button