Breaking PLUSଦେଶମୁଖ୍ୟ ଖବର

ଆଜି କୁମ୍ଭମେଳାରେ ବୁଡ ପକାଇବେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ପ୍ରୟାଗରାଜଠାରେ ମହାକୁମ୍ଭ ପରିଦର୍ଶନ କରିବା ସହ ସଙ୍ଗମରେ ବୁଡ଼ ପକାଇବେ ଓ ମା’ ଗଙ୍ଗାଙ୍କୁ ପ୍ରାର୍ଥନା କରିବେ। ତେବେ ସେହିଦିନ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ମହାକୁମ୍ଭ ସ୍ନାନକୁ ଗୁରୁତ୍ୱପୂର୍ଣ୍ଣ ମାନେ କରାଯାଉଛି। ସୂଚନା ଅନୁସାରେ ଶ୍ରୀ ମୋଦୀ ଫେବୃଆରୀ ୫ ତାରିଖ ସକାଳ ୧୦ଟା ୫ ମିନିଟରେ ପ୍ରୟାଗରାଜ ବିମାନ ବନ୍ଦରରେ ପହଞ୍ଚିବେ, ଏହା ପରେ ଡିପିଏସ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ସେ କୁମ୍ଭମେଳାର ଏରିଏଲ୍ ଘାଟରେ ଦିନ ୧୦ଟା ୪୫ ମିନିଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଏରିଏଲ ଘାଟରୁ ଡଙ୍ଗା ମାଧ୍ୟମରେ ମୋଦୀ ମହାକୁମ୍ଭରେ ପହଞ୍ଚିବାର ସମୟ ସ୍ଥିର ହୋଇଛି। ସେଠାରେ ସେ ଦିନ ୧୧ଟାରୁ ୧୧ଟା ୩୦ ମିନିଟ ଯାଏଁ ଗଙ୍ଗା ନଦୀ ଓ ଘାଟରେ ବୁଡ ପକାଇବା ସହ ପୂଜାର୍ଚ୍ଚନା କରିବେ। ଏହା ପରେ ସେ ତୁରନ୍ତ ଦିଲ୍ଲୀ ଫେରିଯିବେ। ଦିଲ୍ଲୀରେ ଚାଲିଥିବା ମତଦାନ ଉପରେ ସେ ନଜର ରଖିବେ।

Show More

Related Articles

Back to top button