ଭାରତର ବିକାଶ ଯାତ୍ରାର ଅମୃତକାଳରେ ସରକାର ତିନି ଗୁଣା ଦ୍ରୁତଗତିରେ କାମ କରୁଛନ୍ତି- ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କହିଛନ୍ତି ଯେ, ମୋର ସରକାର ଭାରତର ବିକାଶ ଯାତ୍ରାର ଏହି ଅମୃତକାଳକୁ ଅଦ୍ଭୁତପୂର୍ବ ଉପଲବ୍ଧି ମାଧ୍ୟମରେ ନୂଆ ଉର୍ଜା ପ୍ରଦାନ କରୁଛି । ତୃତୀୟ କାର୍ଯ୍ୟକାଳରେ ତିନିଗୁଣା ଦ୍ରୁତ ଗତିରେ କାମ ହେଉଛି । ଆଜି ଦେଶ ବଡ ନିଷ୍ପତି ଓ ନୀତିକୁ ଅସାଧାରଣ ଗତିରେ ଲାଗୁ ହେବା ଦେଖୁଛି । ସେ ସଂସଦର ମିଳିତ ଅଧିବେଶନକୁ ସଂବୋଧନରେ ଏହା ଉପରେ ଖୁସି ବ୍ୟକ୍ତ କରିଛନ୍ତି ।
ସେ କହିଛନ୍ତି ଯେ, ଏବେ ଦୁଇମାସ ପୂର୍ବରୁ ଆମେ ଆମର ସଂବିଧାନକୁ ଆପଣାଇବାର 75ବର୍ଷ ପୂରଣ ହେବାର ଉତ୍ସବ ମନାଇଥିଲୁ ଏବଂ କିଛି ଦିନ ପୂର୍ବରୁ ହିଁ ଭାରତ ଗଣରାଜ୍ୟ 75 ବର୍ଷର ଯାତ୍ରା ପୂରଣ କରିଛି । ସେ ସମସ୍ତଙ୍କ ପକ୍ଷରୁ ବାବା ସାହେବ ଆମ୍ବେଦକର ଓ ସମ୍ବିଧାନ ନିର୍ମାଣରେ ସାମିଲ ସମସ୍ତ ଲୋକଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଦେଶରେ ହେଉଥିବା ବିକାଶ କାର୍ଯ୍ୟର ବି ଉଲ୍ଲେଖ କରିଛନ୍ତି । ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଆଜି ବନ୍ଦେ ଭାରତ, ଅମୃତ ଭାରତ ଓ ନମୋ ଭାରତ ପରି ଅନେକ ଟ୍ରେନ ଚାଲୁଛି । ଗତ 6ମାସରେ 17 ନୂଆ ବନ୍ଦେ ଭାରତ ଟ୍ରେନ ଓ ଗୋଟିଏ ନମୋ ଟ୍ରେନ ଆରମ୍ଭ ହୋଇଛି । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଓ ୱାକଫ ବିଧେୟକ ଦିଗରେ ସରକାର ଦ୍ରୁତ ଗତିରେ କାମ କରୁଛନ୍ତି ।ଗତ ଏକ ଦଶନ୍ଧିରେ ମୋର ସରକାର ବିକଶିତ ଭାରତର ଯାତ୍ରାକୁ ନୂଆ ଉର୍ଜା ପ୍ରଦାନ କରିଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ପ୍ରୟାଗରାଜରେ ମହାକୁମ୍ଭର ଐତିହାସିକ ପର୍ବ ଚାଲିଛି । ମହାକୁମ୍ଭ ଭାରତର ସାଂସ୍କୃତିକ ପରାମ୍ପରା ଓ ସାମାଜିକ ଚେତନାର ପର୍ବ ଅଟେ । ଦେଶ ଦୁନିଆରୁ କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ପବିତ୍ର ବୁଡ ପକାଉଛନ୍ତି । ମୌନୀ ଅମାବାସ୍ୟାରେ ହୋଇଥିବା ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ନିଜ ସମବେଦନା ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିସ୍ତାର କରି ତିନି କୋଟି ଅତିରିକ୍ତ ପରିବାରକୁ ନୂଆ ଘର ଦେବାର ନିଷ୍ପତି ନେଇଛନ୍ତି । ଜନଜାତୀୟ ସମାଜର ପାଂଚ କୋଟି ଲୋକଙ୍କ ପାଇଁ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଆରମ୍ଭ ହୋଇଛି । ଆୟୁଷ୍ମାକ ଭାରତ ଯୋଜନା ଅନ୍ତର୍ଗତ 70 ବର୍ଷ ଓ ଏହାଠାରୁ ଅଧିକ ବୟସର 6କୋଟି ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମା ଦେବାର ନିଷ୍ପତି ହୋଇଛି । ସରକାର ଯୁବକଙ୍କ ଶିକ୍ଷା ଓ ସେମାନଙ୍କ ପାଇଁ ରୋଜଗାରର ନୂଆ ଅବସର ପ୍ରସ୍ତୁତ କରିବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ।
ସେ କହିଛନ୍ତି ଯେ ସରକାର ମହିଳାମାନଙ୍କ ନେତୃତ୍ୱରେ ଦେଶକୁ ସଶକ୍ତ କରିବାରେ ବିଶ୍ୱାସ କରେ। ଜାତୀୟ ଗ୍ରାମୀଣ ଜୀବିକା ମିଶନ୍ ଅଧୀନରେ 91 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରାଯାଉଛି | ଆମର ବ୍ୟାଙ୍କିଙ୍ଗ୍ ଏବଂ ଡିଜି ପେମେଣ୍ଟଗୁଡିକ ରିମୋଟ୍ ଅଞ୍ଚଳରେ ଆର୍ଥିକ ସିଷ୍ଟମ୍ ସହିତ ସମାନ ଭୂମିକା ଗ୍ରହଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଆଜି ଆମର ଯୁବକ ଷ୍ଟାର୍ଟଅପ୍ ,କ୍ରୀଡାରୁ ନେଇ ମହାକାଶ ପ୍ରତ୍ୟେକ କ୍ଷେତ୍ରରେ ଦେଶର ନାମ ଚମକାଉଛନ୍ତି ।
ରାଷ୍ଟ୍ରପତି କହିଛନ୍ତି ଯେ ମୋର ସରକାର ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଛାତ୍ରମାନଙ୍କ ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରୁଛନ୍ତି। ଭାରତୀୟ ଦଳ ସବୁଠାରେ ଭଲରେ ଭଲ ପ୍ରଦର୍ଶନ କରିଛନ୍ତି, ଅଲିମ୍ପିକ୍ସ ହେଉ କି ପାରା ଅଲମ୍ପିକ । ଏଆଇ କ୍ଷେତ୍ରରେ ଭାରତର ଅବଦାନକୁ ପ୍ରୋତ୍ସାହିତ କରି “ଇଣ୍ଡିଆ ଏଆଇ ମିଶନର ଆରମ୍ଭ ହୋଇଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ଆଜି ଭାରତ ଡିଜିଟାଲ ଟେକ୍ନୋଲୋଜିର ଫିଲ୍ଡରେ ପ୍ରମୁଖ ଗ୍ଲୋବାଲ ପ୍ଲେୟାର ଭାବେ ନିଜ ଉପସ୍ଥିତି ରେକର୍ଡ କରୁଛି । ସରକାର ଡିଜିଟାଲ ଟେକ୍ନୋଲୋଜିକୁ ସାମାଜିକ ନ୍ୟାୟ ଓ ସମାନତର ଏକ ଟୁଲ ଭାବେ ବ୍ୟବହାର କରୁଛନ୍ତି । ସରକାର ସାଇବର ସିକ୍ୟୁରିଟିରେ ଦକ୍ଷତା ସୁନିଶ୍ଚିତ କରିବା ଦିଗରେ ନିରନ୍ତର କାର୍ଯ୍ୟରତ । ସେ କହିଛନ୍ତି ଯେ, ଉଧମପୁର-ଶ୍ରୀନର-ବାରମୂଳା ରେଳ ଲିଙ୍କ ପ୍ରକଳ୍ପ ପୂରଣ ହୋଇଛି ଏବଂ ଏବେ ଦେଶ କଶ୍ମୀରରୁ କନ୍ୟାକୁମାରୀ ଯାଏ ରେଲୱେ ଲାଇନରେ ଯୋଡି ହେବ ।