Breaking PLUSଓଡ଼ିଶାମୁଖ୍ୟ ଖବର

ପୌଷ ପୂର୍ଣ୍ଣିମାରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଆଜି ଭକ୍ତ ମାନଙ୍କୁ ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ରାଜ ରାଜେଶ୍ଵର ବେଶରେ ବିଭୂଷିତ ହୋଇଛନ୍ତି । ସକାଳ ଧୂପ ସରିବା ପରେ ଏହି ବେଶ ଅନୁଷ୍ଠିତ ହେଉଛି। ଗତକାଲିଠାରୁ ଜଳ ଅଧିବାସ ସରିଥିବାବେଳେ ଆଜି ସେହି ଜଳରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଛି। ସକାଳ ଧୂପ ପରେ ମହାପ୍ରଭୁଙ୍କୁ ମହଣ ମହଣ ସୁନା ଅଳଙ୍କାର ସଜ୍ଜିତ କରାଯାଇଛି। ରାତିରେ ବଡସିଂହାର ବେଶ ସମୟରେ ହିଁ ନବାଙ୍କ ବେଶ ସମ୍ପନ୍ନ ହେବ। ଆସନ୍ତାକାଲି (ମଙ୍ଗଳବାର) ମକର ସଂକ୍ରାନ୍ତି ରହିଛି। ଏହି ଅବସରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ଓ ଧନୁମୁଆଁ ଭୋଗ କରାଯିବାର ପରମ୍ପରା ରହିଛି।

Show More

Related Articles

Back to top button