Breaking PLUSଓଡ଼ିଶାମୁଖ୍ୟ ଖବର
୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା

ଚଳିତ ମାସ ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୁଧବାର ବେଳାଭୂମି ମହୋତ୍ସବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥିଭାବେ ଏହା ପ୍ରକାଶ କରିଛନ୍ତି। ଖୁବ୍ଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବ। ଏହାପରେ ଅଳଙ୍କାର ଗଣତିମଣତି ହେବ ବୋଲି ସେ କହିଛନ୍ତି। ନାଟମଣ୍ଡପ ଭିତରେ ଶ୍ରଦ୍ଧାଳୁ ଶୃଙ୍ଖଳିତଭାବେ ପ୍ରବେଶ କରି ଶ୍ରୀଜୀଉଙ୍କୁ ସୁବିଧାରେ ଦର୍ଶନ ପାଇଁ ୬ ଥାକିଆ ବ୍ୟାରିକେଡ଼ କରାଯାଇଛି ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଖୁବ୍ଶୀଘ୍ର ନୂତନ ପ୍ରକଳ୍ପ ଯୋଡ଼ି ହେବ ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।