Breaking PLUSଓଡ଼ିଶାମୁଖ୍ୟ ଖବର
ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର

ଭୁବନେଶ୍ୱର, 17 ଡିସେମ୍ବର – ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର । ଲାଂଚ ନେବା ବେଳେ ଧରାପଡିଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବିଇଓ ଅଫିସର ସେକ୍ସନ ଅଫିସର ରଣଜିତ କୁମାର ଷଡଙ୍ଗୀ । ପେନସନ ସଂପର୍କିତ କାର୍ଯ୍ୟ ପାଇଁ ଅଭିଯୋଗକାରୀଙ୍କ ଠାରୁ 10 ହଜାର ଟଙ୍କା ଲାଂଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । ତାଙ୍କ ଠାରୁ ଲାଂଚ ଟଙ୍କା ଉଦ୍ଧାର ଓ ଜବତ କରାଯାଇଛି । ଏହାପରେ ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ଚଢାଉ କରିଛି । ମାମଲାର ତଦନ୍ତ ଜାରି ରହିଛି ।