Breaking PLUSଓଡ଼ିଶାମୁଖ୍ୟ ଖବର
ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏସିଏଫ ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର ଓ ବରଗଡ଼ରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ ରେବତୀ ରମଣ ଯୋଶୀଙ୍କ ସମ୍ବଲପୁର କାର୍ଯ୍ୟାଳୟ, କ୍ୱାର୍ଟର୍ସ ଏବଂ ତିନି ମହଲା ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଏସିଏଫଙ୍କର ସମ୍ବଲପୁରରେ ଥିବା ୪ଟି ଫ୍ଲାଟ, ସମ୍ବଲପୁରରେ ବ୍ୟବସାୟିକ କୋଠା ଓ ବରଗଡ଼ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ହୋଇଛି